ବାସି ଖାଦ୍ୟ ଖାଇ ୨ମୃତ
ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଦଧିବାମନପୁର ଗାଁରେ ବାସି ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଗତକାଲି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଦୀପ କୁମାର ଦାସ। ପରିବାରର ଅନ୍ୟ ୪ଜଣଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।
ଗତ ରବିବାର ଦିନ କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଗାଁର ଯୁଧିଷ୍ଠିର ଦାସଙ୍କ ପକ୍କା ଘର ତିଆରି ପାଇଁ ବୋରିଂ କରାଯାଇଥିଲା। ସେଥିପାଇଁ କାମ କରୁଥିବା ଶ୍ରମିକ ଓ ପରିବାର ଲୋକଙ୍କ ପାଇଁ ଏକତ୍ର ରୋଷେଇ ହୋଇଥିଲା। ଦିନରେ ସମସ୍ତେ ଖାଇଥିଲେ। ଯାହା ବଳି ଯାଇଥିଲା, ସେହି ଖାଦ୍ୟକୁ ରାତିରେ ଗରମ କରି ପରିବାରର ସମସ୍ତେ ଖାଇଥିଲେ। ଖାଦ୍ୟ ଖାଇବା ପରେ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ରାତିରେ ସମସ୍ତଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସାମାନ୍ୟ ସୁସ୍ଥ ହୋଇଥିଲେ। ଏହା ପରେ ସେମାନେ ସୋମବାର ସକାଳେ ଘରକୁ ଫେରିଥିଲେ।
Comments are closed.