ସେମିରେ ପହଞ୍ଚିଲେ ହିମା

ବର୍ମିଂହାମ: ଯୋଗ୍ୟତା ପର୍ଯ୍ୟାୟରେ ଦବଦବା ଦେଖାଇଛନ୍ତି ଭାରତର ଷ୍ଟାର ଧାବିକା ହିମା ଦାସ। ସେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୦୦ ମିଟର ମହିଳା ବର୍ଗର ସେମିରେ ପହଞ୍ଚି ଯାଇଛନ୍ତି। ଆଜି ହିମା ରାଉଣ୍ଡ ୧ର ହିଟ୍‌ ୨ରେ ଭାଗ ନେଇଥିଲେ। ଏହି ହିଟ୍‌ରେ ସେ ପ୍ରଥମ ସ୍ଥାନ ଅଧିକାର କରି ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି।

ସେ ୨୦୦ ମିଟର ଦୂରତା ଅତିକ୍ରମ କରିବା ପାଇଁ ମୋଟ ୨୩.୪୨ ସେକେଣ୍ଡ ସମୟ ନେଇଛନ୍ତି। ଏହି ଟାଇମିଂ ସହ ହିମା ଦାସ ତାଙ୍କ ହିଟର ପ୍ରଥମ ସ୍ଥାନରେ ରହି ଆପେଆପେ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ନିୟମ ଅନୁସାରେ ପ୍ରତିଟି ହିଟର ପ୍ରଥମ ୩ ଜଣ ଓ ଶ୍ରେଷ୍ଠ ଟାଇମିଂ ବଳରେ ଆଉ ୩ ଜଣଙ୍କୁ ସେମିରେ ପ୍ରବେଶ ପାଇଁ ଅନୁମତି ମିଳିବ।

Comments are closed.