ମଲ୍ଲିକାଅର୍ଜୁନ ଖର୍ଗେଙ୍କୁ ଇଡି ସମନ୍

ନୂଆଦିଲ୍ଲୀ: ସଂସଦରେ ନ୍ୟାସନାଲ ହେରାଲଡ୍‌ ମାମଲାର ତାତି। ଏହି ମାମଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ନେଇ କଂଗ୍ରେସ ଛାନିଆ ହୋଇପଡ଼ିଥିବା ବେଳେ ପ୍ରସଙ୍ଗ ଏବେ ସଂସଦରେ ଉଠିଛି। ପ୍ରଥମେ ରାହୁଲ ଗାନ୍ଧି, ପରେ ସୋନିଆ ଗାନ୍ଧି ଏବଂ ଏବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଡି ସମନ କରିବା ପରେ ରାଜନୀତି ଜୋର ଧରିଛି। ଆଜି ସଂସରେ ଏହି ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ମାନେ ଉଠାଇ ପ୍ରବଳ ହୋହଲ୍ଲା କରିଥିଲେ । ଆଜି ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଯେତେବେଳେ ସଂସଦରେ ଅଧିବେଶନ ଚାଲିଛି ସେମାନେ କେମିତି ସମନ କରୁଛନ୍ତି ।

ଗତକାଲି ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ପରିସରେରେ ଥିବା ୟଙ୍ଗ ଇଣ୍ଡିଆନ୍‌ କାର୍ଯ୍ୟାଳୟକୁ ସିଲ କରାଯାଇଛି। ଉକ୍ତ କମ୍ପାନୀର ମଲ୍ଲିକାର୍ଜୁନ ଖାଡ଼ଗେ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ପ୍ରତିନିଧି। ଗତକାଲି ସେ ଅଫିସରେ ନଥିବା ବେଳେ ଉକ୍ତ ଅଫିସକୁ ସିଲ କରାଯାଇଥିଲା। ସେ ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି। କିନ୍ତୁ ଇଡିର ଟାଇମିଂକୁ ନେଇ ଖାଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆଜି ମୋତେ(ଗୁରୁବାର) ଦିନ ୧୨ଟା ୩୦ରେ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଛି।

Comments are closed.