ଅଗଷ୍ଟ ୮ ତାରିଖ ଯାଏ ଇଡି ହେପାଜତରେ ରହିବେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କ ରିମାଣ୍ଡ ଅବଧିକୁ ଆଜି ମୁମ୍ବାଇର ଗୋଟିଏ କୋର୍ଟ ଆସନ୍ତା ୮ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଅଗଷ୍ଟ ୮ ଯାଏ ସଞ୍ଜୟ ରାଉତ ଇଡି ହେପାଜତରେ ରହି ଜେରାର ସମ୍ମୁଖୀନ ହେବେ।

ଗୋରେଗାଓଁ ଉପକଣ୍ଠରେ ଥିବା ପାତ୍ରା ଚୌଲର ନିବୀକରଣ ନାଁରେ ଦୁର୍ନୀତି ହୋଇଥିବା ଇଡି ଅଭିଯୋଗ କରିଛି। ଏଥିପାଇଁ ରବିବାର ମଧ୍ୟରାତ୍ରରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଇଡି ହେପାଜତରେ ରହିଛନ୍ତି। ରବିବାର ଗିରଫ ପରେ ସୋମବାର ସକାଳୁ ଇଡିର ଅଧିକାରୀମାନେ ସଞ୍ଜୟ ରାଉତଙ୍କୁ ପିଏମଏଲଏ କୋର୍ଟର ବିଚାରପତି ଏମସି ଦେଶପାଣ୍ଡେଙ୍କ ଆଗରେ ହାଜର କରି ୮ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲେ।

ହେଲେ କୋର୍ଟ ତାଙ୍କୁ ଅଗଷ୍ଟ ୪ ଯାଏ ରିମାଣ୍ଡରେ ପଠାଇଥିଲେ। ଆଜି ଏହି ଅବଧି ଶେଷ ହେଉଥିବାରୁ ଶ୍ରୀ ରାଉତଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ଏଥିସହ ଆଉ ୪ ଦିନର ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଅନୁମତି ଦେଇଛନ୍ତି। ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ରାଉତ ଓ ତାଙ୍କ ପରିବାର ସଦସ୍ୟ ୧ କୋଟି ଟଙ୍କାର ଫାଇଦା ହାସଲ କରିଥିବା ଇଡି କହିଛି। ଏହି ଟଙ୍କାରେ ସଞ୍ଜୟ ରାଉତ ଆଉ କିଛି ସ୍ଥାନରେ ବିଲଡିଂ କିଣିଥିବାରୁ ଇଡି ଏହାକୁ ସିଜ

Comments are closed.