କଂଗ୍ରେସ ଛାଡିଲେ ଆଉ ଜଣେ ବିଧାୟକ ,ଜାଣନ୍ତୁ କେଉଁଠି

ହାଇଦ୍ରାବାଦ: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ପୁଣି ଗୋଟିଏ ହାଇଭୋଲଟେଜ ଉପ ନିର୍ବାଚନ ଦେଖିବାକୁ ମିଳିବ। କାରଣ କଂଗ୍ରେସ ବରିଷ୍ଠ ନେତା ତଥା ମୁନୁଗୋଡେର ବିଧାୟକ କୋମାତିରେଡ୍ଡୀ ରାଜ ଗୋପାଲ ଶେଷରେ ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ। ରାଜ ଗୋପାଲ କଂଗ୍ରେସ ଛାଡ଼ିବେ ବେଳେ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା।

ଏବେ ସେ ବିଜେପିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସେ କେବେ ପଦ୍ମ ଧରିବେ, ସେ ବିଷୟରେ କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି। ରାଜ ଗୋପାଲଙ୍କ ବିଜେପି ପ୍ରୀତି ଦେଖି ୨୪ ଘଣ୍ଟା ତଳେ ହିଁ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ତାଗିଦ କରିଥିଲେ। ଏଥିସହ ସେ ଯଦି ଦଳର କଥାରେ ପରିଚାଳିତ ନ ହେବେ, ତା’ହେଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ହାଇକମାଣ୍ଡ କହିଥିଲେ।

ଏହି ତାଗିଦକୁ ୨୪ ଘଣ୍ଟା ନ ପୂରୁଣୁ ସେ କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ରାଜ ଗୋପାଲ କହିଛନ୍ତି, “କଂଗ୍ରେସ ଛାଡ଼ିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ଦଳ ପ୍ରତି ମୋର ଗଭୀର ସମ୍ମାନ ରହିଛି।” କଂଗ୍ରେସ ଓ ବିଧାୟକ ପଦ ଛାଡ଼ିବା ପରେ ତେଲେଙ୍ଗାନାର କ୍ଷମତାସୀନ ଟିଆରଏସ୍‌ ମଧ୍ୟ ତାଙ୍କୁ ଦଳରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିବା ରାଜ ଗୋପାଲ ଦାବି କରିଛନ୍ତି

Comments are closed.