୨୦୨୪ ନିର୍ବାଚନ ମୋଦୀଙ୍କ ନେତୃତ୍ୱରେ ଲଡ଼ିବ ବିଜେପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ବିଜେପି ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବ। ଏଥିସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବା ପାଇଁ ଉଦ୍ୟମ କରିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ୨୦୨୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ପୋଷ୍ଟର ବୟ ସାଜିଥିଲେ ମୋଦି। ଏବେ ତାଙ୍କୁ ୭୧ ବର୍ଷ ହୋଇଥିବାରୁ ୨୦୨୪ରେ ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଚର୍ଚ୍ଚାରେ କିନ୍ତୁ ଅମିତ ଶାହ ରବିବାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନର ସମ୍ମୁଖୀନ ହେବ ଓ ତୃତୀୟ ଥର ପାଇଁ ସରକାର ଗଠନ କରିବ। ମୋଦିଙ୍କ ଦକ୍ଷତା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବଳରେ ବିଜେପି ୨୦୧୪ ଓ ୨୦୧୯ ଅପେକ୍ଷା ୨୦୨୪ରେ ଅଧିକ ଆସନ ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଏଥିସହ ସେ ବୁଥ ସ୍ତରରେ ଦଳକୁ ଆହୁରି ମଜବୁତ କରିବାକୁ ମଧ୍ୟ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
Comments are closed.