ମରିଯିବି ପଛେ ଶିବସେନା ଛାଡ଼ିବି ନାହିଁ,ସଞ୍ଜୟ ରାଉତ

ମୁମ୍ବାଇ: ରାଗିଗଲେ ଶିବସେନା ସାଂସଦ। ଫିଡିକି ଗଲେ ସାଂସଦ ସଞ୍ଜୟ ରାଉତ। କହିଲେ, ‘ମୁଁ ମରିଯିବି ପଛେ ଶିବସେନା ଛାଡିବିନି କି ଆତ୍ମସମର୍ପଣ କରିବିନି।’ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ପଚରାଉଚରା କରିବା ବେଳେ ଏଭଳି କିଛି ବୟାନ ଦେଇଛନ୍ତି ଏହି ଶିବସେନା ସାଂସଦ।

ଆଜି ଭୋରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପଶିଥିଲା। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ଇଡିର ଏପରି କାର୍ଯ୍ୟକୁ ବିରୋଧ କରି ରାଗିଯାଇଥିଲେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ।

Comments are closed.