ସ୍ତ୍ରୀର ବେକ ଚିପି ମାରିଦେଲା ସ୍ୱାମୀ

ମୋହନା : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ବେକ ମୋଡି ହତ୍ୟା କଲା ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅଡବା ଥାନା ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ପାଦେର୍ମା ତଲମ୍ବା ସାହିରେ।

ମୃତକ ହେଲେ ପଦ୍ମିନୀ ମଳିକ। ଘଟଣାପରେ ହତ୍ୟାକାରୀ ସ୍ୱାମୀ ପ୍ରମୋଦ ମଳିକକୁ ଅଟକ ରଖି ପଚରା ଉଚରା କରୁଛି ଅଡବା ପୋଲିସ୍ ।ସୂଚନା ପ୍ରକାରେ ପଦ୍ମିନୀ ଏବଂ ସ୍ୱାମୀ ପ୍ରମୋଦଙ୍କ ମଧ୍ୟରେ ପୂର୍ବରୁ ଝଗଡା ଲାଗିରହୁଥିଲା। ଶୁକ୍ରବାର ସନ୍ଧ୍ୟାରେ ପ୍ରମୋଦ ମଦ ପିଇ ଆସି ସ୍ତ୍ରୀକୁ ମାଡ଼ ମାରିବା ସହ ବେକ ମୋଡି ହତ୍ୟା କରିଥିଲା। ସେମାନଙ୍କ ଦୁଇଟି ଝିଅ ଏବଂ ତିନୋଟି ପୁଅ ଥିବାବେଳେ ବଡ଼ ଝିଅର ବିବାହ ସରିଛି। ଅନ୍ୟପିଲାମାନେ ବାହାରେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି।

Comments are closed.