ରତ୍ନ ଭଣ୍ଡାର ସୁରକ୍ଷା ନେଇ ଉଠିଲା ବିଧାନସଭାରେ ପ୍ରଶ୍ନ
ଭୁବନେଶ୍ୱର: ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ। ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ସେ ରାଜ୍ୟ ସରକାର ଓ ଆଇନ ବିଭାଗକୁ ପ୍ରଶ୍ନ କରି କହିଥିଲେ, ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି? ତାକୁ ନେଇ ଯେଉଁ କମିଶନ ଗଠନ କରାଯାଇଥିଲା? ତାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇନାହିଁ କାହିଁକି ? ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସ୍ରେ ଉପସ୍ଥାପନ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ ସାଲୁଜା।
ସେ ଅଭିଯୋଗ କରିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗତ ୨୧ ବର୍ଷରେ ରାଜ୍ୟସରକାର ୨୪ଟି କମିଶନ ବସାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୮ଟି କମିଶନଙ୍କ ରିପୋର୍ଟ ଗୃହରେ ଦାଖଲ ହୋଇ ପାରିନି। କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତଦନ୍ତ ଆଳରେ ଅବଧି ବଢ଼ାଇ ଚାଲିଛନ୍ତି ରାଜ୍ୟ ସରକାର।
Comments are closed.