ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମେ ଟସ ଜିତିଲା ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗ୍ରୁପ ଏ’ର ପ୍ରଥମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ। ଏହି ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମେଗ ଲାନିଙ୍ଗଙ୍କ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ। ପାଗ କୋହଲା ରହିଥିବା ବେଳେ ବର୍ଷାର ଆଶଙ୍କା ରହିଛି। ତଥାପି ଭାରତୀୟ ମହିଳା ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

୧୯୩୦ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳା ଯାଉଥିବା ବେଳେ ମାତ୍ର ଗୋଟିଏ ଥର କ୍ରିକେଟର ମଜା ଉଠାଇଥିଲେ ଦର୍ଶକ। ୧୯୯୮ରେ ମାଲେସିୟାରେ ଖେଳା ଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦକ୍ଷିଣ ଆଫ୍ରିକା ପୁରୁଷ ଦଳ ଚାମ୍ପିୟନ ହୋଇଥିଲା। ଏହାପରଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇ ନଥିଲା। ହେଲେ ଏଥର ମହିଳା କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଛି।

Comments are closed.