ମଙ୍କିପକ୍ସ ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ
କଟକ : ମଙ୍କିପକ୍ସ ଏବେ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହେଲାଣି। ସମଗ୍ର ବିଶ୍ୱରେ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ଏଯାବତ ୪ଟି ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର ବି ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି। ଏଥିନିମନ୍ତେ ଏସସିବି ମେଡିକାଲକୁ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି ।
ଏସସିବି ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି । କୌଣସି ବ୍ୟକ୍ତିଙ୍କଠାରେ ଯଦି ଏହି ରୋଗର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟିମ୍କୁ ଅବଗତ କରିବାକୁ କୁହାଯାଇଛି ।
Comments are closed.