ପ୍ରକାଶ ପାଇଛି ଯୁକ୍ତ ଦୁଇ ଫଳାଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨୦ ପ୍ରତିଶତ ରେଜଲ୍‌ଟ ହୋଇଛି। ଏଥର ଝିଅମାନେ ବାଜି ମାରିନେଇଛନ୍ତି। ପୁଅଙ୍କୁ ପଛରେ ପକାଇ ଝିଅମାନେ ଆଗରେ ରହିଛନ୍ତି।

ପରୀକ୍ଷାଫଳ WWW.orissaresults.nic.in ଓ SAMS e space  ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ଏଥିସହିତ ସ୍କୁଲରେ ପରୀକ୍ଷାଫଳ ଜାଣିବା ପାରିବେ। ଚଳିତବର୍ଷ ୮୭୭୭ ଜଣ ପିଲା ଫର୍ମପୂରଣ କରିଥିଲେ। ସେଥିରୁ ରେଗୁଲା ଥିଲେ ୭୪୫୧। ଏକ୍ସ ରେଗୁଲାର ଥିଲେ ୩୫୫୬ ଜଣ ଛାତ୍ରଛାତ୍ର। ତେବେ ରେଗୁଲାରରେ ୭୩୭୭୧ ଓ ଏକ୍ସ ରେଗୁଲାରରେ ୨୮୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ୍‌ ୭୨୧୦୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୯୪.୧୨% ରେଜଲ୍ଟ ହୋଇଛି। ରେଗୁଲାରରେ ୭୦୯୧୮ ପାସ୍‌ କରିଥିବା ବେଳେ ଏକ୍ସ ରେଗୁଲାରରେ ୧୧୮୮ ଜଣ ପାସ୍‌ କରିଛନ୍ତି। ୫୦୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ 2nd କ୍ଲାସ୍‌ରେ ୧୪୧୯୨, 3rd କ୍ଲାସରେ ୬୯୧୦ ଜଣ ପାସ୍‌ କରିଛନ୍ତି। ୪୫, ୫୮୭ ବାଳକ ପାସ୍‌ କରିଥିବା ବେଳେ ୯୩.୮୦% ରହିଛି। ଠିକ୍‌ ସେହିପରି ୩୨, ୫୧୯  ବାଳିକା ପାସ୍‌ କରିଥିବା ବେଳେ ୯୪.୫୨% ରହିଛି। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ। ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ନୟାଗଡ଼ରେ ସର୍ବାଧିକ ୯୯.୧୧%, କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପିଲା ପାସ୍ କରିଛନ୍ତି।

Comments are closed.