କ୍ରିକେଟ୍‌ ଖେଳୁ ଖେଳୁ ଟଳି ପଡ଼ିଲେ ଅଭିନେତା

ମୁମ୍ବାଇ: ଟେଲିଭିଜନ ଜଗତରୁ ପୁଣି ଆସିଲା ଦୁଃଖଦ ଖବର। ଆରପାରିକୁ ଚାଲିଗଲେ ଆଉ ଜଣେ ଅଭିନେତା। ଲୋକପ୍ରିୟ ସିରିଏଲ୍‌ ‘ଭାବିଜୀ ଘର ପର୍‌ ହୈ’ ଫେମ୍‌ ମଲଖାନ ଅର୍ଥାତ ଅଭିନେତା ଦୀପେଶ ଭାନଙ୍କ ହଠାତ୍‌ ଦେହାନ୍ତ ହୋଇଛି। ଏହି ଖବର ଏବେ ପୂରା ଟେଲିଭିଜନ ଜଗତକୁ ସ୍ତବ୍ଧ କରିଦେଇଛି।

ରିପୋର୍ଟ ମୁତାବକ, ଦୀପେଶ ଶନିବାର ସକାଳେ କ୍ରିକେଟ ଖେଳୁଥିଲେ। ଏହି ସମୟରେ ହଠାତ୍‌ ସେ ତଳେ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.