ପୋଲିସର ସହାୟତା ନେଲେ ଭାଇଜାନ ସଲମାନ
ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ସଲମାନ ଖାନ୍। ଶୁକ୍ରବାର ଦିନ ସଲମାନ୍ ଖାନ୍ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ରିପୋର୍ଟ ମୁତାବକ, ସଲମାନ ଅସ୍ତ୍ରର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି।
ଏ ନେଇ ଜଣେ ଅଧିକାରୀ କହିଛନ୍ତି, ସଲମାନ୍ ସନ୍ଧ୍ୟା ପ୍ରାୟ ୪ଟା ବେଳେ ମୁମ୍ବାଇ ପୋଲିସ ମୁଖ୍ୟାଳୟ ପହଞ୍ଚିଥିଲେ ଓ ଫଣସାଲକରଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ କହିଛନ୍ତି। ଏଥିସହ ସଲମାନ୍ ସଂଯୁକ୍ତ ପୋଲିସ କମିଶନର (କାନୁନ୍ ବ୍ୟବସ୍ଥା) ବିଶ୍ୱାସ ଦାଙ୍ଗରେ ପାଟିଲଙ୍କୁ ମଧ୍ୟ ଭେଟିଥିଲେ।
Comments are closed.