ସବ୍ସ୍କ୍ରାଇବର୍ ନ ବଢିବାରୁ ଯୁବକଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ୍ : ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ୟୁଟ୍ୟୁବ ଚ୍ୟାନେଲ୍ରେ ସବ୍ସ୍କ୍ରାଇବର୍୍ ନ ବଢିବାରୁ ଏଠାରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ଆଇଆଇଟି ଗ୍ବାଲିୟରର ୨୩ ବର୍ଷୀୟ ଛାତ୍ର ସି.ଧିନା ବୋଲି ଜଣାପଡିଛି।
ସୟଦାବାଦ ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇଟିଏମ)ର ଚତୁର୍ଥ ବର୍ଷର ଇଞ୍ଜିନିୟରିଂ ଛାତ୍ର ଧିନାଙ୍କର ସେଲଫ୍ଲୋ ଏକ ୟୁଟ୍ୟୁବ ଚ୍ୟାନେଲ ଥିଲା। ଏଥିରେ ସେ ଖେଳ ସହିତ ଜଡିତ ବିଷୟବସ୍ତୁ କ୍ରମାଗତ ଅପଲୋଡ କରୁଥିଲେ।
କିନ୍ତୁ ଆଶାନୁରୂପକ ସବସ୍କ୍ରାଇବର୍ ବଢୁ ନ ଥିଲେ। ଏହାସହ ତାଙ୍କୁ ମଧ୍ୟ ଉପଯୁକ୍ତ କ୍ୟାରିୟର ମାର୍ଗଦର୍ଶନ ମିଳି ନ ଥିଲା। ଏଥିରେ ଧିନା ଚିନ୍ତିତ ହୋଇପଡିଥିଲେ। ଚାପରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିଲେ। ଘଟଣା ସମୟରେ ତାଙ୍କ ମାତାପିତା ଶୋଇଥିଲେ। ସ୍ଥାନୀୟ କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଧିନାଙ୍କୁ ହସ୍ପିଟାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।
Comments are closed.