ଜାଣନ୍ତୁ କେଉଁଥିରେ ଲାଗିଲା GST

ଦହି, ଲସି, ବେସନ, ଚାଉଳ, ଡାଲି, ଅଟା, ସୁଜି, ଗହମ, ଚୁଡ଼ା, ମୁଢ଼ି ଏପରି ୧୪ଟି ସାମଗ୍ରୀ ଖୋଲାରେ କିଣିଲେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହି ସାମଗ୍ରୀ ପ୍ୟାକେଟ୍‌ରେ ବିକ୍ରୀ ହେଲେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ଜିଏସଟି କାଉନ୍‌ସିଲ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ। ଦହି, ଲସି , ମୁଢି ଆଦିରେ ଜିଏସ୍‌ଟିକୁ ନେଇ ସୃଷ୍ଟି ବିବାଦ ପରେ ଏହା ସ୍ପଷ୍ଟ କରିଛନ୍ତି ନିର୍ମଳା ସୀତାରଣ।

ଗତ ଜୁନ ୨୮ ତାରିଖରେ ଅନୁଷ୍ଠିତ ୪୭ ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ସବୁ ରାଜ୍ୟର ପ୍ରତିନିଧି ସାମିଲ ଥିଲେ। ଅଣ ବିଜେପି ଶାସିତ ରାଜ୍ୟ ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, କେରଳର ପ୍ରତିନିଧି ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିବା କଥା କହିଛନ୍ତି ନିର୍ମଣା ସୀତାରମଣ। ଏହି ସବୁ ଖାଦ୍ୟ ପ୍ୟାକେଟରେ ବିକ୍ରୀ ହେଲେ ଜିଏସ୍‌ଟି ଲାଗୁ ପାଇଁ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ପ୍ରସ୍ତାବ ଦେଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିସ୍ତରୀୟ ପଶ୍ଚିମବଙ୍ଗ, କେରଳ , ରାଜସ୍ଥାନ, ଉତ୍ତରପ୍ରଦେଶ, ଗୋଆ ଓ ବିହାର ସଦସ୍ୟ ରହିଥିଲେ।

Comments are closed.