ଗୋମୂତ୍ର କିଣିବେ ସରକାର ,ଜାଣନ୍ତୁ କାହିଁକି

ଛତିଶଗଡ଼ର ଭୂପେଶ ବଘେଲ ସରକାର ଗୋବର ପରେ ଏବେ ଗୋମୂତ୍ର କିଣିବାକୁ ଯାଉଛି। ଗୋମୂତ୍ର କିଣିବାର ପ୍ରକ୍ରିୟା ୨୮ ଜୁଲାଇ ହରେଲି ଉତ୍ସବରୁ ଆରମ୍ଭ ହେବ। ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ୨ ସ୍ୱାବଲମ୍ବୀ ଗୋଶାଳାରେ ସରକାର ଗୋମୂତ୍ର କିଣିବେ। ରାଜ୍ୟ କୃଷି ବିକାଶ ଓ କୃଷକ କଲ୍ୟାଣ ଏବଂ ଜୈବ ପ୍ରଦ୍ଦ୍ୟୋଗିକୀ ବିଭାଗ ଦ୍ୱାରା ଗୋମୂତ୍ର କିଣିବାର ନ୍ୟୂନତମ ରାଶି ୪ ଟଙ୍କା ପ୍ରତି ଲିଟର ଧାର୍ଯ୍ୟ କରାଯାଇଛି।

ଗୋଶାଳା ପ୍ରବନ୍ଧ ସମିତି ଗୋପାଳକମାନଙ୍କଠାରୁ ଗୋମୂତ୍ରର କ୍ରୟ ମୂଲ୍ୟ ସ୍ଥାନୀୟ ଦର ଆଧାରରେ ଧାର୍ଯ୍ୟ କରି ପାରିବେ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୋମୂତ୍ରରୁ ଜୀବାମୃତ ଏବଂ କୀଟ ନିୟନ୍ତ୍ରଣ ଉତ୍ପାଦ ପ୍ରସ୍ତୁତ କରିବେ। ମନୋନୀତ ଗୋଷ୍ଠୀଙ୍କୁ ପଶୁ ଚିକିତ୍ସା ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ତାଲିମ ପ୍ରଦାନ କରାଯିବ।

cow
photo: tribune india
ତେବେ ଏ ନେଇ ଗୋଧନ ନ୍ୟାୟ ମିଶନର ପ୍ରବନ୍ଧ ନିର୍ଦ୍ଦେଶକ ଡା. ଅୟାଜ ତମ୍ବୋଲି ସମସ୍ତ ଜିଲ୍ଲାପାଳଙ୍କୁ ଗୋଶାଳାରେ ଗୋମୂତ୍ର କିଣିବା ପାଇଁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମନୋନୀତ ଗୋଶାଳା ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏବଂ ତାହାକୁ ଇ-ମେଲ୍‌ ଆଇଡି dirvet.cg@gmail.comରେ ଉପଲବ୍ଧ କରାଇବାକୁ ତମ୍ବୋଲି କହିଛନ୍ତି।

କହି ରଖୁଛୁ, ୨ ବର୍ଷ ପୂର୍ବେ ୨୦ ଜୁଲାଇରେ ରାଜ୍ୟରେ ଗୋଧନ ନ୍ୟାୟ ଯୋଜନା ଅଧୀନରେ ଗୋଶାଳାଗୁଡ଼ିକରେ ୨ ଟଙ୍କା ପ୍ରତି କିଲୋ ଦରରେ ଗୋବର କିଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ହରେଲି ପର୍ବ ଦିନଠୁ ଆରମ୍ଭ କରାଯାଇଥିଲା।

Comments are closed.