୧୭ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଗୃହରେ ଏନେଇ ଅବଗତ କରାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହାକୁ ଅବଗତ କରାଇଛନ୍ତି ନିରଞ୍ଜନ ପୂଜାରୀ ।

ଆଇଟି ପଲିସି ୨୦୨୨ରେ କ୍ୟାବିନେଟ ମୋହର ଲାଗିଛି । ୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାୟଗଡ଼ା ଜିଲ୍ଲାର ୧୫ଟି ପଞ୍ଚାୟତକୁ ମିଳିବ ପାଣି । କୋରାପୁଟ ଜିଲ୍ଲାର ୩୧ଟି ପଞ୍ଚାୟତକୁ ମିଳିବ ପାଣି । ରାୟଗଡ଼ ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ୧୫ ଓ କୁନ୍ଦ୍ରା ବ୍ଲକର ୧୬ ପଞ୍ଚାୟତକୁ ମିଳିବ ପାଣି । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ସରକାର । ଖୋର୍ଦ୍ଧା ବରୁଣେଇରରେ ୯.୬୮୫ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।

ତେବେ ରାଜ୍ୟ ସରକାର ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା ହୋଇଛି । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ । ଭିତ୍ତିିଭୂମିରେ ସ୍ଥାୟୀ ନିବେଶର ୩୦% ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତିରେ ଦିଆଯିବ । ଗ୍ରୀନଫିଲ୍ଡ ଆଇଟି ପାର୍କକୁ ଜମିକ୍ରୟ ଷ୍ଟାମ୍ପ ଡ୍ୟୁଟି, ମ୍ୟୁଟେସନ ଦେୟ ସମ୍ପୂର୍ଣ୍ଣ ଛାଡ଼ ଦିଆଯିବ । ଉଦ୍ୟୋଗୀଙ୍କୁ ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ ବର୍ଷ ଯାଏଁ ଛାଡ଼ ଓ ବିଦ୍ୟୁତ୍ ବିଲରେ ୩୦% ରିହାତି ମିଳିବ ।

Comments are closed.