ମଧ୍ୟପ୍ରଦେଶରେ ଆପର ବିଜୟ
ଭୋପାଲ: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆମ୍ ଆଦମୀ ପାର୍ଟି(ଆପ୍) ଏବେ ମଧ୍ୟପ୍ରଦେଶ ରାଜନୀତିରେ ଡେବ୍ୟୁ କରିଛି। ରାଜ୍ୟର ବିନ୍ଧ୍ୟା ଅଞ୍ଚଳରେ ଥିବା ସିଙ୍ଗରୌଲି ମେୟର ପଦକୁ ଆପ୍ ପ୍ରାର୍ଥୀ ରାଣୀ ଅଗ୍ରୱାଲ ଦଖଲ କରିଛନ୍ତି। ଏହି ବିଜୟ ସହ ଆପ୍ ମଧ୍ୟପ୍ରଦେଶ ରାଜନୀତିରେ ତା’ର ଉପସ୍ଥିତି ଜାହିର କରିଛି।
ଆପ୍ର ରାଣୀ ଅଗ୍ରୱାଲ ତାଙ୍କ ନିକଟତ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୯,୩୦୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ଚନ୍ଦ୍ର ପ୍ରତାପ ସିଙ୍ଗରୌଲି ପୌର ପରିଷଦର ଅଧ୍ୟକ୍ଷ ରହିଥିଲେ। କିନ୍ତୁ ଏଥର ନିର୍ବାଚନରେ ତାଙ୍କୁ ଆପ୍ର ରାଣୀଙ୍କ ଠାରୁ ହାରିବାକୁ ପଡ଼ିଛି। ଏହି ବିଜୟ ପରେ ଆପ୍ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ରାଣୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଁ ଅପରାଧୀ ନୁହଁ, ମୋତେ ସିଙ୍ଗାପୁର ଛାଡ଼: ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ଅଭିମୁଖେ ପ୍ରସ୍ତୁତ ହେଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଯାତ୍ରାକୁ ଅନୁମତି ପ୍ରଦାନରେ ବିଳମ୍ବକୁ…
ସେ କହିଛନ୍ତି, “ମଧ୍ୟପ୍ରଦେଶର ସିଙ୍ଗରୌଲି ନଗର ନିଗମର ମେୟର ପଦରେ ବିଜୟୀ ହାସଲ କରିଥିବା ଆପ୍ ପ୍ରାର୍ଥୀ ରାଣୀ ଅଗ୍ରୱାଲ, ସମସ୍ତ ବିଜେତା ଓ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା। ଲୋକଙ୍କ ପାଇଁ କଠିନ ପରିଶ୍ରମ କରନ୍ତୁ। ଏବେ ଦେଶର ପ୍ରତିଟି କୋଣରୁ ଲୋକମାନେ ଆମ ଆଦମୀ ପାର୍ଟିର ସ୍ୱଚ୍ଛ ଓ ନିଷ୍ଠା ରାଜନୀତିକୁ ପସନ୍ଦ କରୁଛନ୍ତି।”
ରାଜସ୍ୱ ସଂଗ୍ରହ ଦୃଷ୍ଟି କୋଣରୁ ଇନ୍ଦୋର ପରେ ଦ୍ୱିତୀୟ ସ୍ଥାନରେ ସଙ୍ଗରୌଲି ରହିଛି। ସେହିପରି ସିଙ୍ଗରୌଲି ଜିଲ୍ଲାକୁ ରାଜ୍ୟର ବଜୁଳି ଉତ୍ପାଦ, କୋଇଲା ଓ ମାଇନିଂର ପେଣ୍ଠସ୍ଥଳ ମଧ୍ୟ କୁହାଯାଏ। ମଧ୍ୟପ୍ରଦେଶର ୧୧ଟି ନଗର ପାଳିକାରେ ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଯାଏ ସାମ୍ନାକୁ ଆସିଥିବା ରେଜଲ୍ଟ ଅନୁଯାୟୀ, ବିଜେପି ୪ଟିରେ ଜିତିଥିବା ବେଳେ ଆପ୍ ଓ କଂଗ୍ରେସ ଗୋଟିଏ ଲେଖାଏ ମେୟର ପଦ ଜିତିଛନ୍ତି।
Comments are closed.