ଶାଶୁଙ୍କୁ ମାରିବାକୁ ବୋହୂଙ୍କୁ ସୁପାରି

ମଧ୍ୟପ୍ରଦେଶ: ରେଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା ପାଇଁ ବୋହୂକୁ ସୁପାରି ଦେଇଛନ୍ତି। ଏବେ ଏହି ଘଟଣାରେ ପୋଲିସ ୨୫ ବର୍ଷୀୟା ବୋହୂ କାଞ୍ଚନ ଓ ୫୧ ବର୍ଷୀୟ ଶ୍ୱଶୁର ବାଲ୍ମୀକି କୋଲଙ୍କୁ ଗିରଫ କରିଛି।

ପୋଲିସ ସୂଚନା ମୁତାବକ, ବାଲ୍ମୀକି କୋଲ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ବୋହୂ କାଞ୍ଚନଙ୍କୁ ୪,୦୦୦ ଟଙ୍କାରେ ସୁପାରୀ ଦେଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ କହିବା ହେଲା, ଶାଶୁ, ବୋହୂଙ୍କ ସମ୍ପର୍କ ଭଲ ନ ଥିଲା, ଯେଉଁ କାରଣରୁ ବାଲ୍ମୀକି ଏହାର ଫାଇଦା ଉଠାଇ ଥିଲେ।

ଅଭିଯୁକ୍ତ ବାଲ୍ମୀକିଙ୍କ ପରିବାର ରେଓ୍ଵା ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୪୦ କିଲୋମିଟର ଦୂର ଏକ ଗାଁରେ ରୁହନ୍ତି। ୧୨ ଜୁଲାଇରେ ୫୦ ବର୍ଷୀୟା ସରୋଜଙ୍କ ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଘର ଭିତରୁ ମିଳିଥିଲା। ଯେତେ ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ତ ସନ୍ଦେହ କରିଥିଲା ଯେ ଏଥିରେ କେହି ବାହାର ଲୋକ ନୁହଁନ୍ତି, ବରଂ ଘର ଲୋକ ହିଁ ସମ୍ପୃକ୍ତ ଅଛନ୍ତି। ଏହା ପରେ ପୋଲିସ ପଚରାଉଚରା ଆରମ୍ଭ କରି ଦେଇଥିଲା।

ପୋଲିସର କହିବା ହେଲା, ପଚରାଉଚରା ବେଳେ ବୋହୂ କାଞ୍ଚନ ଭୟଭୀତ ହୋଇ କାନ୍ଦି ପକାଇଥିଲେ। ସେ କହିଥିଲେ, ତାଙ୍କ ଶାଶୁଙ୍କ ସହିତ ତାଙ୍କର ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା। ୧୨ ଜୁଲାଇରେ ସେ ଶାଶୁଙ୍କ ଉପରେ ଲୁହା ରଡ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯେତେ ବେଳେ ସେ ବେହୋସ୍‌ ହୋଇ ଯାଇଥିଲେ, ସେହି ସମୟରେ ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲେ। କାଞ୍ଚନ କହିଥିଲେ କି, ତାଙ୍କ ଶ୍ୱଶୁର ତାଙ୍କୁ ସେହି ଧାରୁଆ ଅସ୍ତ୍ର ଦେଇଥିଲେ।

ସ୍ଥାନୀୟ ଏଏସ୍‌ଆଇ କହିଛନ୍ତି, ଘଟଣା ପରେ ବାଲ୍ମୀକି ସତନା ଜିଲ୍ଲାର ମେହର ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ତାଙ୍କ ପୁଅ ତଥା କାଞ୍ଚନଙ୍କ ସ୍ୱାମୀ ଉତ୍ତର ପ୍ରଦେଶର ମେରଠରେ ଶ୍ରମିକ ରୂପେ କାମ କରୁଛନ୍ତି। ଏଏସ୍‌ଆଇଙ୍କ ସୂଚନା ମୁତାବକ, ବାଲ୍ମୀକି ଅଧିକ ପଇସା ଲୋଭ ଦେଖାଇ ବୋହୂ କାଞ୍ଚନଙ୍କୁ ୪,୦୦୦ ଟଙ୍କା ସୁପାରୀ ଆକାରରେ ଦେଇଥିଲେ।

Comments are closed.