୨୦୨୦ରେ ବିବାହ ବନ୍ଧନରେ ବାନ୍ଧିହେବେ ଆଲିଆ ଓ ରଣବୀର

ଖୁବ୍ ଶୀଘ୍ର ବଲିଉଡ ଜଗତର ଦୁଇ ତାରକା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହନ୍ତି, ଆପଣଙ୍କ ଚୁଲବୁଲି ନାୟିକା ଆଲିଆ ଓ ଚକଲେଟ୍ ବଏୟ ରଣବୀର । ଏବେ ବହୁତ ଯାଗାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିବା ବେଳେ ଏକ ମାଗାଜିନ୍ ମାଧ୍ୟମରେ ସେମାନେ ନିଜ ସମ୍ପର୍କକୁ ଏକ ନୂଆଁ ନାମ ଦେବାକୁ କହିଛନ୍ତି । ୨୦୨୦ ପରେ ଦୁହେଁ ବିବାହ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ବଲିଉଡର ସବୁ ଅଭିନେତ୍ରୀ ୩୦ବର୍ଷ ପରେ ବିବାହ କରୁଥିବା ବେଳେ ଆଲିଆ ହିଁ କମ୍ ବୟସରେ ବିବାହ କରିବେ ବୋଲି କହୁଛନ୍ତି । ୧୦୧୯ରେ ପରଦାକୁ ଆସୁଥିବା ଆୟାନ୍ ମୁଖାର୍ଜିଙ୍କ ‘Brahmastra’ ଚଳଚ୍ଚିତ୍ରରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ ।

Comments are closed.