ଜନସଂଖ୍ୟା ନିୟନ୍ତ୍ରଣଙ୍କୁ ନେଇ ,ଏମିତି କହିଲେ ଓୱେସୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଜନସଂଖ୍ୟାକୁ ନେଇ ଏବେ ଦେଶରେ ବିତର୍କ ଆରମ୍ଭ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବାକୁ କିଛି ଲୋକ ଦାବି କରୁଛନ୍ତି। ଏହି ମଧ୍ୟରେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ ଦୁଇଟି ସନ୍ତାନ ଜନ୍ମ ପାଇଁ ସୀମା ନିର୍ଦ୍ଧାରଣ କରୁଥିବା କୌଣସି ଆଇନକୁ ସେ ସମର୍ଥନ କରିବେ ନାହିଁ।

ଏଏନଆଇକୁ ନିଜର ପ୍ରତିକ୍ରିୟା ଦେଇ ଓୱେସୀ କହିଛନ୍ତି ଯେ, ଚୀନ୍‌ର ଭୁଲକୁ ଆମେ ପୁନରାବୃତ୍ତି କରିବା ଉଚିତ୍ ନୁହେଁ। ମୁଁ ଏପରି କୌଣସି ଆଇନକୁ ସମର୍ଥନ କରିବି ନାହିଁ, ଯାହା କେବଳ ଦୁଇଟି ଶିଶୁ ଜନ୍ମ କରିବାକୁ ଅନୁମତି ଦିଏ। ଏଭଳି ଆଇନ ଦ୍ବାରା ଦେଶ ଉପକୃତ ହେବ ନାହିଁ। ଏହାପୂର୍ବରୁ ଓୱେସୀ କହିଥିଲେ ଯେ ଜନସଂଖ୍ୟା ବୃଦ୍ଧି ପାଇଁ ମୁସଲମାନମାନଙ୍କୁ ଦାୟୀ କରାଯିବା ଉଚିତ ନୁହେଁ ।

ସେ କହିଥିଲେ ଯେ, ମୁସଲମାନମାନେ ଭାରତର ମୂଳ ବାସିନ୍ଦା ନୁହଁନ୍ତି କି? ଯଦି ଆମେ ବାସ୍ତବରେ ଦେଖିବା, ତେବେ କେବଳ ଆଦିବାସୀ ଏବଂ ଦ୍ରାବିଡ଼ ଲୋକ ହିଁ ମୂଳ ବାସିନ୍ଦା। କୌଣସି ଆଇନ ବିନା ଉତ୍ତରପ୍ରଦେଶରେ ୨୦୨୬ରୁ ୨୦୩୦ମଧ୍ୟରେ ଆବଶ୍ୟକୀୟ ପ୍ରଜନନ ହାର ହାସଲ ହେବ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କୌଣସି ଆଇନର ଆବଶ୍ୟକତା ନାହିଁ ବୋଲି ଆମ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଅଧିକାଂଶ ଗର୍ଭନିରୋଧକ ଔଷଧ ମୁସଲମାନମାନଙ୍କ ଦ୍ୱାରା ବ୍ୟବହୃତ ହୁଏ। ୨୦୧୬ରେ ମୋଟ ପ୍ରଜନନ ହାର ୨.୬ ଥିଲା ଯାହା ବର୍ତ୍ତମାନ ୨.୩ ଅଟେ। ଦେଶର ଜନସଂଖ୍ୟା ଡିଭିଡେଣ୍ଡ ସବୁ ଦେଶ ମଧ୍ୟରେ ସର୍ବୋତ୍ତମ।

Comments are closed.