ଭୁବନେଶ୍ୱର: କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆବେଦନ ଅବଧି ବଢ଼ିଛି । ଜୁଲାଇ ୧୭ ପର୍ଯ୍ୟନ୍ତ ଆବେଦନ ଅବଧି ବଢ଼ାଇଛି ଉଚ୍ଚଶିକ୍ଷା ବିଭାଗ । ସୂଚନା ଅନୁସାରେ, କମନ ପିଜି ଏଣ୍ଟ୍ରାନ୍ସ ପାଇଁ ଆଜି ଆବେଦନ ଅବଧି ଶେଷ ହେଉଥିଲା ।
ତେବେ କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜୁନ୍ ୨୭ରୁ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ଆବେଦନ ଆରମ୍ଭ କରିଛନ୍ତି । ଜୁଲାଇ ୧୨ ଅର୍ଥାତ ଆଜି ଆବେଦନର ଶେଷ ତାରିଖ ଥିଲା । ତେବେ ଜୁଲାଇ ୨୦ ତାରିଖ ଅପରାହ୍ନ ୨ଟା ପରଠୁ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।
ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ତାରିଖ ମଧ୍ୟରେ କେଉଁ କଲେଜରେ ପଢିବେ ସେନେଇ ଚୟନ କରିବେ । ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ । ସେପ୍ଟେମ୍ବର ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟୟ ନାମଲେଖା ହେବ । ସେପ୍ଟେମ୍ବର ୧୩ ତାରିଖ ମଧ୍ୟାହ୍ନ ପରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ । ତା’ପର ଦୁଇଦିନ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ୨୦ ତାରିଖରେ ୱେବସାଇଟରେ ଖାଲି ସିଟ୍ ନେଇ ସୂଚନା ପ୍ରକାଶ ପାଇବ ।
Comments are closed.