ବିଦ୍ୟୁତ୍ ଆଘାତରେ ହାତୀ ମୃତ

ଖୋର୍ଦ୍ଧା: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ। ଜଙ୍ଗଲ ବାଟଦେଇ ଯାଉଥିବା ସମୟରେ ଟାନ୍ସଫର୍ମରେ ଲାଗି ହାତୀଟିର ମୃତ୍ୟୁ ହୋଇଛି। ତେବେ ମୃତ ହାତୀ ନିକଟରେ ଆଉ ଏକ ହାତୀ ଜଗି ରହିଥିବା ଦେଖିବାକୁ ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଟାଙ୍ଗୀ ରେଞ୍ଜ ଜଙ୍କିଆ ବାଲିଗାଡିଆରେ ନିକଟରେ। ହାତୀଟି ସେହି ଜଙ୍ଗଲ ଦେଇ ଯାଉଥିବା ସମୟରେ ସେଠାରେ ଥିବା ଟାନ୍ସଫର୍ମ ସଂସ୍ପର୍ଶରେ ଆସିଥିଲା। ଫଳରେ ବିଦ୍ୟୁତ୍ ଆଘାତ ଲାଗି ତାର ମୃତ୍ୟୁ ହୋଇଛି।

ମୃତ ହାତୀ ନିକଟରେ ଅନ୍ୟ ଏକ ହାତୀ ଜଗି ରହିଥିବା ବେଳେ ସେଠାରେ କୌଣସି ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ତେବେ କିଛି ଦିନ ପୁର୍ବେ କୁଅରେ ପଡିଯିବାରୁ ଅକାରଣରେ ଏକ ହାତୀର ମୃତ୍ୟୁ ହୋଇଥିବାବେଳେ ପୁଣି ଏକ ହାତୀ ମୃତ୍ୟୁ ଘଟଣା ରାଜ୍ୟରେ ନିୟମିତ ହୋଇଗଲାଣି। ବନ ବିଭାଗ କର୍ମଚାରୀଙ୍କ ଅପାରଗତା କାରଣରୁ ନିରୀହ ପଶୁଙ୍କ ଜୀବନ ଚାଲିଯାଉଥିବା ମତ ପ୍ରକାଶ ପାଇଛି।

ଗତ କିଛି ଦିନ ହେବ ରାଜ୍ୟରେ ହାତୀ ମୃତ୍ୟୁ ହାର ବଢିବାର ଲାଗିଛି। କେଉଁଠି ହାତୀଙ୍କୁ ଶିକାରୀ ଗୁଳି କରି ମାରିଲେଣି ତ ଆଉ କେଉଁଠି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ହାତୀଙ୍କର ମୃତ୍ୟୁ ହେଲାଣି। ଆଠଗଡ ବନଖଣ୍ଡ ହାତୀ କଙ୍କାଳ ସ୍ତୁପରେ ପରିଣତ ହୋଇଛି। ଗତ ଦୁଇ ମାସ ମଧ୍ୟରେ ଏଠାରୁ 5ରୁ ଉର୍ଦ୍ଧ ହାତୀଙ୍କ ମୃତ୍ୟୁର ଖବର ଆସିଲାଣି।

Comments are closed.