କାହିଁକି ବନ୍ଦ ହେବ ଓଲା ,ଜାଣନ୍ତୁ
ନୂଆଦିଲ୍ଲୀ: ଆପ ଆଦାରିତ କ୍ୟାବ ସର୍ଭିସ Olaର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । କମ୍ପାନୀର ମାନ୍ଦାବସ୍ଥା ଆସିଥିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏବେ ସମୟ ବଦଳ ସାରିଛି, କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରୁଥିବା ଜାଣିବାକୁ ମିଳୁଛି । ଏପରିକି କର୍ମଚାରୀମାନଙ୍କ ଦରମାରେ ମଧ୍ୟ କମ୍ପାନୀ ବୃଦ୍ଧି କରିନାହିଁ । ତେଣୁ କମ୍ପାନୀ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଓଲା ପ୍ରାୟ ୫୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ନେଇ ଯୋଜନା ଆରମ୍ଭ କରିଛି । ତେବେ ଫଣ୍ଡ ଏକଜୁଟ କରିବା ପାଇଁ ସଂଘର୍ଷ କରୁଥିବା ବେଳେ ଏଥିରୁ ସାମାନ୍ୟ ମୁକ୍ତି ପାଇବା ପାଇଁ ସେ କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିପାରେ । ଏବେ କମ୍ପାନୀରେ ମୋଟ ୧୧୦୦ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ।
Comments are closed.