ଡିଜେ ଗାଡି ନେଲା ଜୀବନ
ଭଦ୍ରକ : ବରଯାତ୍ରୀ ପ୍ରସେସନରେ ଅଘଟଣ। ଡିଜେ ଗାଡିରେ ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ମୃତ। ୨ ଗୁରୁତରର ଡାକ୍ତରଖାନାରେ ଭର୍ତ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ନୀଳୋକ ଅଞ୍ଚଳରେ ଘଟିଛି ଅଘଟଣ। ମୃତକ ଜଣକ ବନ୍ତ ବ୍ଲକ ସୁନାଗଢିଆ ଅଞ୍ଚଳର ପ୍ରଭାତ କୁମାର ସ୍ୱାଇଁ।
ଗୋବିନ୍ଦପୁର ପଞ୍ଚାୟତର ଶୁନାଗଡ଼ିଆ ଗାଁରୁ ଏକ ବରଯାତ୍ରୀ ଦଳ ଡିଜେ ବଜାଇ ପ୍ରସେସନ କରି ନୀଳୋକ ଯାଉଥିଲେ। ଡିଜେ ଗାଡିଟି ଯାଉଥିବା ବେଳେ ଝୁଲି ରହିଥିବା ୧୧କେଭି ତାରରେ ବାଜି ଯାଇଥିଲା। ଏହାଦ୍ୱାରା ଡିଜେ ପାଖରେ ଥିବା ପ୍ରଭାତ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ବନ୍ତ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।
Comments are closed.