ବାହୁଡ଼ା ଯାତ୍ରା ଅବସରରେ ସ୍ବତନ୍ତ୍ର ‘ମୋ ବସ୍’ ସେବା

ଭୁବନେଶ୍ୱର : ଆଜି ବାହୁଡ଼ା ଯାତ୍ରା ଅବସରରେ  ସ୍ବତନ୍ତ୍ର ‘ମୋ ବସ୍’ ସେବା। ମାଷ୍ଟରକ୍ୟାଣ୍ଟିନ୍ ଓ ବରମୁଣ୍ଡାରୁ ସିଧାସଳଖ ପୁରୀ ତାଳବଣିଆ ଯାଏଁ ଚାଲିବ ‘ମୋ ବସ୍’। ସେହିଭଳି ପୁରୀର ମାଳତୀପାଟପୁରଠାରୁ ତାଳବଣିଆ ଯାଏଁ ମଧ୍ୟ ‘ମୋ ବସ୍’ ଚାଲିବ।

ଭୁବନେଶ୍ବରରୁ ପୁରୀ ତାଳବଣିଆ ପର୍ଯ୍ୟନ୍ତ ଏସି ବସ୍‌ର ଟିକେଟ୍ ମୂଲ୍ୟ ମୁଣ୍ଡ ପିଛା ୧୦୦ ଟଙ୍କା ରହିଥିବା ବେଳେ ନନ୍ ଏସି ବସ୍‌ ଟିକେଟ୍ ମୂଲ୍ୟ ୮୦ ଟଙ୍କା ରହିଛି। ସେହିଭଳି ମାଳତୀପାଟପୁରରୁ ତାଳବଣିଆ ଚାଲିବାକୁ ଥିବା ବସ୍‌ର ଟିକେଟ୍‌ ମୂଲ୍ୟ ୨୦ ଟଙ୍କା ରହିଛି ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.