ଲାଲୁଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର
ନୂଆଦିଲ୍ଲୀ: ସିଡିରୁ ପଡ଼ି ଗୁରୁତର ହୋଇ ପଡ଼ିଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ଦିଲ୍ଲୀ AIIMS ରେ ଚିକିତ୍ସାଧୀନ ଥିବା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବ ଅପେକ୍ଷା ଭଲ ଅଛି।
ଗୁରୁବାର ସେ ଖେଚୁଡ଼ି ଖାଇବା ସହ ଲୋକଙ୍କ ସହ କଥା ହୋଇଥିବା ଜଣାଯାଇଛି। ତେବେ ଡାକ୍ତରମାନେ ତାଙ୍କୁ ବେଶି କଥାବାର୍ତ୍ତା ହେବାକୁ ବାରଣ କରିଛନ୍ତି। ଲାଲୁଙ୍କ ସହ ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ଭୋଲା ଯାଦବ ଉପସ୍ଥିତ ଅଛନ୍ତି। ଲାଲୁ ଯାଦବଙ୍କ ଶରୀରରୁ ଅକ୍ସିଜେନ ସପୋର୍ଟକୁ ହଟାଇ ଦିଆଯାଇଛି। ମାତ୍ର କେବଳ ଶୋଇବା ସମୟରେ ତାଙ୍କୁ ଏହା ପ୍ରଦାନ କରାଯାଉଛି। ଏହିପରି ଭାବେ ଆରୋଗ୍ୟ ଲାଭ କଲେ ଖୁବ୍ ଶୀଘ୍ର ତାଙ୍କୁ ଆଇସିୟୁରୁ ନର୍ମାଲ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଏମ୍ସ ସୂତ୍ରରୁ ପ୍ରକାଶ।
Comments are closed.