ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦
ଆଜିଠୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତିନି ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ହାମ୍ପସାୟାରର ଏଜେସ୍ ବାେଓ୍ଵଲଠାରେ ଖେଳାଯିବ। ଏହି ମ୍ୟାଚରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ସୂଚନା ଦେବା ଉଚିତ ହେବକି କରୋନାରେ ସଂକ୍ରମିତ ହେବା ପରେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଖେଳିପାରିନଥିଲେ । ଏବେ କିନ୍ତୁ କରୋନା ମୁକ୍ତ ହୋଇ ଦଳର ନେତୃତ୍ୱ ସେ ନେବାକୁ ପ୍ରସ୍ତୁତ ଅଛନ୍ତି । ଟେଷ୍ଟ ଠାରୁ ଏକ ଭିନ୍ନ ଦଳ ଟି-୨୦ ଖେଳିବ ।
Comments are closed.