ଭୂସ୍ଖଳନ ପାଇଁ, ସ୍କୁଲ କଲେଜ ବନ୍ଦ

ବେଙ୍ଗାଲୁରୁ: ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଦେଶରେ ସକ୍ରିୟ ଅଛି। ବିଶେଷ କରି ଦେଶର ଦକ୍ଷିଣ ଭାଗରେ ମୌସୁମୀ ସକ୍ରିୟ ଥିବା ଯୋଗୁ ପ୍ରବଳ ବର୍ଷା ହେଉଛି। ଗତ କିଛି ଦିନ ହେବ କର୍ଣ୍ଣାଟକରେ ବର୍ଷା ଜାରି ରହିଛି। ଫଳରେ ଏଠାରେ ଭୁସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ପାଣିପାଗ ବଭାଗ ଆଲର୍ଟ ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ସବୁ ବନ୍ଦ କରି ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ମାଙ୍ଗାଲୋର ଜିଲ୍ଲାରେ ଭୁସ୍ଖଳନ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ରାତିରେ ଏହି ଘଟଣା ଘଟିଛି। କେରଳର ପାଞ୍ଚ ଜଣ ଶ୍ରମିକ ହେନରୀ କାର୍ଲୋ ନାମକ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ଭୁସ୍ଖଳନ ହେବା ଯୋଗୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକ ମାଟି କାଦୁଅ ତଳେ ପୋତି ହୋଇଯାଇଥିଲେ। ତେବେ ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଆଜି ସକାଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.