ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ କେରଳ ଆକ୍ଟର ଶ୍ରୀଜିଥ୍ ରବି
କେରଳ: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି କେରଳ ଆକ୍ଟର ଶ୍ରୀଜିଥ୍ ରବି। ପୁଲିସରେ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୪୬ ବର୍ଷିୟ ଏହି ଆକ୍ଟରଙ୍କ ବିରୋଧରେ ଶିଶୁ ସୁରକ୍ଷା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଆଇନ୍ ଅନ୍ତର୍ଗତ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି। ସୋମବାର କେରଳର ପାଲଖଡ଼ରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଆଜି ଏହି ପଦକ୍ଷେପ ନେଇଛି।
କାରରେ ଯାଉଥିବା ଏହି ଅଭିନେତା ହଠାତ୍ ଓହ୍ଲାଇ ରାସ୍ତାରେ ଯାଉଥିବା ଦୁଇଜଣ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ରବିଙ୍କ ଏଭଳି ଗିରଫ ହେବା ନୂଆ ନୁହେଁ। ୨୦୧୬ରେ ପ୍ରାୟ ୧୪ ଜଣ ସ୍କୁଲ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ପରେ ସେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ସେ ବେଲ ପାଇଥିଲେ।
Comments are closed.