ପୁଣି ରାଜଧାନୀରେ ରାଗିଂ

ଭୁବନେଶ୍ୱର : ପୁଣି ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ବେସିକ ସାଇନ୍ସ କଲେଜରେ ଛାତ୍ରଙ୍କୁ ରାଗିଂ ନେଇ ଏତଲା। ଖଣ୍ଡଗିରି ଥାନାରେ ଏତଲା ଦେଲେ ଛାତ୍ର ସୋମନାଥ ସେଠୀ। ସୋମନାଥ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ୩ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି।

ମଦ ପିଇବାକୁ ଟଙ୍କା ନଦେବାରୁ ନିର୍ଦ୍ଧୁମ ମାଡ ମାରିଥିଲେ। ଅଧ ଘଣ୍ଟା ଧରି ବସ ଉଠ କରାଇବା ଭଳି ସାଂଘାତିକ ଅଭିଯୋଗ ହୋଇଛି। ସୋମନାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Comments are closed.