ଘରେ ପଶିଗଲା ଚଳନ୍ତା ଟ୍ରକ୍, ୩ ଜଣଙ୍କ ମୃତ୍ୟୁ
ହିମାଚଳ ପ୍ରଦେଶ: ଘରେ ପଶିଗଲା ଚଳନ୍ତା ଟ୍ରକ୍। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ। ଆଜି ସକାଳେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏଭଳି ଏକ ଛାତି ଥରା ଘଟଣା ଘଟିଛି।
ଏଠାକାର ଖଲିୟାର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ସାମ୍ନାରେ ଥିବା ଘରେ ପଶିଯାଇଥିଲା। ଟ୍ରକ୍ ଘରେ ପଶିଯିବା ପରେ ସ୍ଥାନୀୟ ଲୋକେ ଚିତ୍କାର କରିଥିଲେ।ଲୋକଙ୍କ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରକ୍ ଘରେ ପଶିଯିବା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସ୍ଥାନୀୟ ଲୋକେ କାନ୍ଥ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ବାହାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।
Comments are closed.