ଏଟିଏସ ମୁଖ୍ୟଙ୍କୁ ଭେଟିଲେ ସାହା
ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ଗୃହମନ୍ତ୍ରଅ ଅମିତ ଶାହ ଆତଙ୍କବାଦୀ ନିରୋଧୀ ଏଜେନ୍ସି (ଏଟିଏସ) ମୁଖ୍ୟଙ୍କୁ ତାଙ୍କ ଅଫିସରେ ଭେଟିଛନ୍ତି। ମୁଖ୍ୟତଃ ଉଦୟପୁର ଏବଂ ଅମରାବତୀ ହତ୍ୟା ମାମଲାରେ ତାଙ୍କୁ ଭେଟିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ନିତ କରି ତ୍ୱରିତ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଘଟଣାରେ ଏନଆଇଏ ମଧ୍ୟ ତଦନ୍ତ କରୁଛି। ଏହି ବୈଠକରେ ଏନଆଇଏ ନିର୍ଦ୍ଦେଶକ ଦିନକର ଗୁପ୍ତା ଉପସ୍ଥିତି ରହି ଉଭୟ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଶାହଙ୍କୁ ଅବଗତ କରିଥିଲେ। ଏହି ବୈଠକ ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା। ସେହିପରି ଉଦୟପୁର ଘଟଣାରେ ଏନଆଇଏ ପଞ୍ଚମ ଅଭିଯୁକ୍ତକୁ ଗିରଫ କରଇଛି। ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।
ଉଦୟପୁର ହତ୍ୟା ମାମଲାରେ ଉତ୍ତରପ୍ରଦେଶର କାନପୁରରେ ଦାୱତ-ଏ-ଇସଲାମିର ସଞ୍ଚାଳନ କରୁଥିବା ସରତାଜକୁ ପୁଲିସ ଖୋଜୁଛି। କାନପୁର-ଉଦୟପୁର ମାମଲାରେ ଦାୱତ-ଏ-ଇସଲାମିର ନାଁ ଆସିବା ପରେ କାନପୁର ପୁଲିସ ଆଲର୍ଟ ମୋଡରେ ଅଛି। ପ୍ରତ୍ୟେକ ସ୍ତରରେ ଘଟଣାର ତଦନ୍ତ କରାଯାଉଛି ଉଦୟପୁରରେ ଦରଜୀ କହ୍ନେୟାଲାଲଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
Comments are closed.