କଣ କହିଲେ ମମତା, ଆସନ୍ତୁ ଜାଣିବା
କୋଲକାତା: ଆରମ୍ଭରୁ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ବୟାନ ଦେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନିଜ ସ୍ୱରକୁ ନରମ କରିଛନ୍ତି। ବିଶେଷ କରି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସେ ନିଜର ସ୍ୱର ବଦଳାଇଛନ୍ତି। ମମତା ବାନାର୍ଜୀ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ବାଛିବାକୁ ବେଶ କସରତ କରିଥିଲେ।
ଏପରି କି ସେ ସବୁ ବିରୋଧୀ ଦଳକୁ ଚିଠି ଲେଖିଥିଲେ। ଶେଷରେ ନିଜର ଦଳ ଟିଏମସିର ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବାରୁ ଏବେ ବିରୋଧୀଙ୍କ ଅଙ୍କ ବଦଳି ଯାଇଛି। ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ମମତା ନିଜର ସ୍ୱର ବଦଳାଇଛନ୍ତି।
Comments are closed.