ନିଜର ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା,
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ନୀରଜ ଏବେ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଛନ୍ତି। ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ଚାଲିଥିବା ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ସେ ଡାଏମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି।
ଷ୍ଟକହୋମରେ ଚାଲିଥିବା ଡାଏମଣ୍ଡ ଲିଗରେ ୨୪ ବର୍ଷୀୟ ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୯.୯୪ ମିଟର ଫିଙ୍ଗି ନିଜର ୮୯.୩୦ ମିଟର ରେକର୍ଡ ଭାଙ୍ଗିଛନ୍ତି। ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ସେ ୯୦ ମିଟର ମାର୍କରୁ ୬ ସେଣ୍ଟିମିଟର ଦୂରତାରେ ଟିକିଏ ଦୂରରେ ଥିଲେ। ୯୦ମିଟର ଦୂରରେ ସ୍ୱର୍ଣ୍ଣ ପଦକ ପାଇଁ ଥିଲା । କିନ୍ତୁ ନୀରଜଙ୍କୁ କେବଳ ରୌପ୍ୟରେ ହିଁ ରହିଥିଲେ।
ଏହି ଗେମ୍ରେ ତ୍ରିନିଦାଦ ଏବଂ ଟୋବୈଗୋର ୨୦୧୨ ର ଅଲମ୍ପିକ ଚାମ୍ପିୟନ କେଶୋର୍ଣ୍ଣ ଓ୍ଵାଲକର୍ଟ ୮୬.୬୪ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ପିଟର୍ସ ୮୪.୭୫ ମିଟର ଜାଭେଲିନ୍ ଫିଙ୍ଗି ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଏହା ପୂର୍ବରୁ ନୀରଜ ଫିନ୍ଲ୍ୟାଣ୍ଡର ତୁର୍କୁରେ ପାବୋ ନୁରମୀ ଖେଳରେ ୮୯.୩୦ ମିଟରର ଜାଭେଲିନ୍ ଥ୍ରୋ କରି ତମ୍ବା ପଦକ ଜିତିଥିଲେ। ଏହି ବିଜୟ ଯୋଗୁ ଜୁନ୍ ୩୦ରେ ଷ୍ଟକ୍ହୋମ୍ରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ପୂର୍ବରୁ ତାଙ୍କ ଆତ୍ମବିଶ୍ୱାସ ବଢ଼ିବ ବୋଲି ଆଶା କରାଯାଉଛି।
Comments are closed.