ଗୋରୁ ବେପାରୀଙ୍କ ଆକ୍ରମଣର ଶିକାର ପୋଲିସ କର୍ମଚାରୀ

ଜଳେଶ୍ୱର : ଗୋରୁ ବେପାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରେ ଗତକାଲି ରାତିରେ ବେଆଇନ ଭାବରେ ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି ବସ୍ତା ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଅମର୍ଦାରୋଡ ଫାଣ୍ତି ପୋଲିସ କନେଷ୍ଟବଳ ପହଂଚି ଉକ୍ତ ଗାଡିକୁ ଜବତ କରି ବାଲେଶ୍ୱରରେ ଥିବା ଗୋଶାଳାକୁ ନେଇ ଯାଇଥିଲେ । ଗୋଶାଳାରେ ଗୋରୁ ଗୁଡିକୁ ଛାଡି ଅମର୍ଦ୍ଦା ଫେରୁଥିବା ସମୟରେ ଉକ୍ତ ଗୋରୁ ଗାଡିର ଡ୍ରାଇଭର ହଳଦିପଦା ଛକ ନିକଟରେ ଗାଡିରେ ବସିଥିବା ଅମର୍ଦାରୋଡ଼ର କନେଷ୍ଟବଳ ରମେଶ ଦାସଙ୍କୁ ଭୁଜାଲିରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ତଳକୁ ଡେଇଁ ପଡ଼ିଥିଲେ ।

Comments are closed.