ଭୁବନେଶ୍ବରରୁ ଦୁବାଇ ଚାଲିବ ବିମାନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ଖୁବଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ମାର୍ଗରେ ବିମାନ ଚଳାଚଳ ପାଇଁ ଯେଉଁ କମ୍ପାନୀ ରାଜି ହେବେ, ରାଜ୍ୟ ସରକାର ତାକୁ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁବାଇ ଗସ୍ତ ଶେଷକରି ଆଜି ରାତି ସାଢ଼େ ୧୧ଟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଦୁବାଇରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର-ଦୁବାଇ ମଧ୍ୟରେ ଖୁବଶୀଘ୍ର ସିଧାସଳଖ ବିମାନ ଚଳାଚଳ କରିବ ବୋଲି କହିଛନ୍ତି । ୟୁଏଇରେ ପ୍ରାୟ ଏକ ଲକ୍ଷ ଓଡ଼ିଆ ରହୁଥିବାବେଳେ ଭୁବନେଶ୍ୱରରୁ ସିଧାସଳଖ ବିମାନ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି । ପ୍ରବାସୀ ଓଡ଼ିଆଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ କହିଛନ୍ତି ଯେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ସେବା ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଭାଏବିଲିଟି ଗ୍ୟାପ ପାଣ୍ଠି(ଭିଜିଏଫ) ସୃଷ୍ଟି କରିସାରିଛନ୍ତି
Comments are closed.