ବଦଳିଲେ JIOର ନୂଆ ଚେୟାରମ୍ୟାନ, ଜାଣନ୍ତୁ କିଏ ?
ରିଲାଏନ୍ସ ଜିଓର ଡାଇରେକ୍ଟର ପଦରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ଏଥି ସହିତ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (Reliance Jio Infocom Ltd) ମଙ୍ଗଳବାର ଏ ନେଇ ସୂଚନା ଦେଇଛି। ଏହି ନିଯୁକ୍ତିକୁ ନୂଆ ପିଢ଼ିକୁ ନେତୃତ୍ୱ ହସ୍ତାନ୍ତର ରୂପେ ଦେଖାଯାଉଛି।
କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ନନ୍ ଏକ୍ସିକ୍ୟୁଟିଭ ଡାଇରେକ୍ଟର ଆକାଶ ଅମ୍ବାନୀଙ୍କୁ ଚେୟାରମ୍ୟାନ ନିଯୁକ୍ତ କରିବାକୁ ମଞ୍ଜୁରୀ ଦେଇଛି।
JIOରେ ଆକାଶ ଅମ୍ବାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଆକାଶ ଅମ୍ବାନୀ ବ୍ରାଉନ ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ତାଙ୍କ ବାପା ମୁକେଶ ଅମ୍ବାନୀ କମ୍ପାନୀର ଚେୟାରମ୍ୟାନ ରୂପେ କାମ ଦେଖୁଥିଲେ। ଜିଓର 4G ଇକୋ ସିଷ୍ଟମକୁ ଆଗକୁ ନେବାରେ ଆକାଶ ଅମ୍ବାନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
୨୦୨୦ରେ ବିଶ୍ୱର ବଡ଼ ବଡ଼ ଟେକ୍ କମ୍ପାନୀ ଜିଓରେ ପୁଞ୍ଜି ନିବେଶ କରିଥିଲେ। ବିଶ୍ୱ ସ୍ତରର ନିବେଶକୁ ଭାରତ ଆଣିବାରେ ଆକାଶ ଖୁବ୍ ପରିଶ୍ରମ କରିଥିଲେ।
Comments are closed.