ରେକର୍ଡ ସୃଷ୍ଟି କଲେ ଭୁବନେଶ୍ୱର କୁମାର

ଗତକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ମୁକାବିଲାରେ କିଛି ଏପରି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କୁମାର ଗୋଟିଏ ନୁହେଁ ଲଗାତାର ଦୁଇଟି ବଲ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପକାଇଥିଲେ।

ପ୍ରଥମ ଇନିଂସ ପ୍ରଥମ ଓଭରର ଦ୍ୱିତୀୟ ବଲ୍ ୨୦୧ କିମି ରେକର୍ଡ ହୋଇଥିବାବେଳେ ତୃତୀୟ ବଲ୍ ୨୦୮ କିମି ବେଗରେ ରେକର୍ଡ କରାଯାଇଥିଲା। ଟିଭିରେ ସ୍ପିଡ୍ ଟ୍ରାକ୍ର ଦ୍ୱାରା ପ୍ରଦର୍ଶିତ ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏହି ଯାନ୍ତ୍ରିକ ତ୍ରୁଟି ହେତୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ୍ କରିବା ଆରମ୍ଭ କରିଦେଲେ ।

ବର୍ଷା କାରଣରୁ ମ୍ୟାଚ୍ ପ୍ରାୟ ଅଢେଇ ଘଣ୍ଡା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି କାରଣରୁ ଅମ୍ପାୟାର ମ୍ୟାଚ୍କୁ ୨୦ରୁ ୧୨ ଓଭରକୁ ହ୍ରାସ କରିଥିଲେ। ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲା। ହ୍ୟାରି ଟେକ୍ଟର ଚମତ୍କାର ବ୍ୟାଟିଂ କରି ଅପରାଜିତ ୬୪ ସ୍କୋର କରିଥିଲେ। ଏହା ଜବାବରେ ୧୦୯ ରନ୍ର ପିଛା କରି ଭାରତୀୟ ଟିମ୍ ୯.୨ ଓଭରେ ୧୧୧ ରନ୍ କରି ନେଇଥିଲା।

Comments are closed.