ମା’ ହେବେ ଆଲିଆ

ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ନବବିବାହିତା ଆଲିଆ ଭଟ୍ଟ। ଅର୍ଥାତ୍‌ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ଆଲିଆ। ଆଲିଆ ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜଣାଇଛନ୍ତି। ଆଉ ଆଲିଆଙ୍କ ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ନିଶ୍ଚିତ। ଆଲିଆ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆଲିଆ ହସପିଟାଲରେ ରଣବୀରଙ୍କ ସହିତ ଅଛନ୍ତି। ଆଉ ହସପିଟାଲ ବେଡରେ ଆଲିଆ ପଡି ମନିଟରରେ ଲଭ୍‌ ସଂକେତ ଥିବା ଫଟୋକୁ ଦେଖୁଛନ୍ତି। ଆଉ ଇନଷ୍ଟାରେ ଲେଖିଛନ୍ତି, ଆମ ପିଲା, ଖୁବଶୀଘ୍ର ଆସୁଛି। ଏହାସହିତ ଲଭ୍‌ ଇମୋଜୀ ମଧ୍ୟ ଦେଇଛନ୍ତି।

ଆଲିଆଙ୍କ ଏହି ଫଟୋରେ ବଲିଉଡ ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି। ପ୍ରିୟଙ୍କା ଚୋପ୍ରା, ନୀତି ମୋହନ, ରିଦ୍ଧିମା କପୁର, ରକୁଲପ୍ରୀତ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ଆଲିଆ ଏବଂ ରଣବୀର ଦୁହେଁ ଏପ୍ରିଲ ୧୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ଦୁଇ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ସମୟରେ ଅନେକ କଳାକାର ଏବଂ ଅତିଥି ମଧ୍ୟ ନଜର ଆସିଥିଲେ। ସେମାନଙ୍କ ମଧ୍ୟରେ ନୀତୁ କପୁର, ସୋନି ରାଜଦାନ, ଶାହୀନ ଭଟ୍ଟ, ରିଦ୍ଧିମା କପୁର, କରୀନା କପୁର, ରିମା ଜୈନ, ରଣବୀର କପୁର, ରାହୁଲ ଭଟ୍ଟ, କରଣ ଜୋହର, ମହେଶ ଭଟ୍ଟ ପ୍ରମୁଖ ସାମିଲ ଥିଲେ। ସମସ୍ତେ ପିଙ୍କ୍‌ ରଙ୍ଗର ସୁଟ୍‌ ଡ୍ରେସ ପିନ୍ଧିଥିଲେ।

Comments are closed.