ପୋଲିସ ଘରେ ଚୋରି

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଉମର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ସବୁ ଜିନିଷପତ୍ର ଲୁଟି ନେଇଛନ୍ତି ଡକାୟତ।

ସୂଚନା ଅନୁସାରେ ଘର ମାଲିକ ସୁଧାଂଶୁ ସାମଲ ଜଣେ ପୋଲିସ ଅଧିକାରୀ । ସେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ। ସେ ତାଙ୍କ ପରିବାର ସହ ଅନୁଗୁଳରେ ରହନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ଡକାୟତି କରାଯାଇଥିବାର ଅଭିଯୋଗ ଆଣିଛନ୍ତି ଘର ମାଲିକଙ୍କ ମା। ଏନେଇ ଘର ମାଲିକ ସୁଧାଂଶୁ ସାମଲ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ମାହାଙ୍ଗା ପୋଲିସ୍ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି।

Comments are closed.