୩୦ ବର୍ଷୀୟ ମହିଳା ବ୍ଲଗରଙ୍କୁ ୪ ମହଲାରୁ ହାତବାନ୍ଧି ଠେଲିଦେଲେ

ଆଗ୍ରାର ତାଜଗଞ୍ଜ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ୩୦ ବର୍ଷୀୟ ବ୍ଲଗରଙ୍କୁ ନିଜ ଆପାର୍ଟମେଣ୍ଟର ୪ ମହଲାରୁ ହାତବାନ୍ଧି ଠେଲିଦିଆଯାଇଛି। ଫଳରେ ବ୍ଲଗରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉକ୍ତ ମହିଳାଙ୍କ ସ୍ୱାମ୍ବୀ ଏବଂ ଅନ୍ୟ ଦୁଇଜଣକୁ ଗିରଫ କରାଯାଇଛି। ଘଟଣାମୁତାବକ, ବ୍ଲଗର ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଫେସବୁକ୍‌ରେ ସାଙ୍ଗ କରି ଲିଭ ଇନ ରିଲେସନସିପରେ ରହୁଥିଲେ।

ରିପୋର୍ଟ ମୁତାବକ, ମୃତକଙ୍କ ନାମ ରିତିକା ସିଂ, ଯିଏକି ଜଣେ ଫୁଡ ବ୍ଲଗର ଭାବେ ପରିଚିତ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫ୍ୟାଶନ, ଖାଦ୍ୟପେୟ ଏବଂ ଟ୍ରାଭେଲିଂ ବିଷୟରେ ଟିପ୍ସ ଦିଅନ୍ତି। ତାଙ୍କର ପାଖାପାଖି ୪୪ ହଜାର ଫଲୋୟର ରହିଛନ୍ତି। ନଗଲା ମେଓ୍ଵାତୀ ଅଞ୍ଚଳ ସ୍ଥିତ ଓମ ଶ୍ରୀ ଆପାର୍ଟମେଣ୍ଟରେ ରହୁଥିଲେ ରିତିକା। ଏହି ଆପାର୍ଟମେଣ୍ଟର ୪ ମହଲାରୁ ତାଙ୍କ ହାତ ବାନ୍ଧି ଠେଲିଦିଆଯାଇଛି ବୋଲି ପୋଲିସ କହିଛି।

ଏହି ଘଟଣା ସମୟରେ ମହିଳାଙ୍କ ଜଣେ ବନ୍ଧୁ ଘରେ ରହିଥିଲେ। ଗାଜିଆବାଦରେ ରହୁଥିବା ରିତିକା ୨୦୧୪ରେ ଫିରୋଜବାଦର ଆକାଶ ଗୌତମଙ୍କୁ ବିବାହ କରିଥିଲେ। ମାତ୍ର ୩ ବର୍ଷ ପରେ ଫିରୋଜବାଦର ବିପୁଳ ଅଗ୍ରଓ୍ଵାଲଙ୍କ ସହିତ ଫେସବୁକରେ ବନ୍ଧୁତା ହୋଥିଲା। ୨୦୧୮ରେ ରିତିକା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ବିପୁଲଙ୍କ ସହିତ ରହୁଥିଲେ।

ଆକାଶ ଦୁଇ ମହିଳା ଏବଂ ୪ ଜଣ ଲୋକଙ୍କ ସହିତ ଓମଶ୍ରୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ଫ୍ଲାଟକୁ ରିତିକା ନିଜ ବନ୍ଧୁଙ୍କ ସହିତ ମାତ୍ର ୨ ମାସ ପୂର୍ବରୁ ୧୩ ହଜାର ଟଙ୍କାରେ ଭଡାରେ ନେଇଥିଲେ। ଏହି ଫ୍ଲାଟକୁ ଆସି ରିତିକାଙ୍କ ସ୍ୱାମୀ ଓ ବନ୍ଧୁଙ୍କର ଝଗଡା ମଧ୍ୟ ହୋଇଥିଲା।

ଏହି ମାମଲାରେ ବିପୁଲ ପୋଲିସକ କହିଥିଲେ, ଆରୋପୀ ରିତିକାଙ୍କ ହାତକୁ ସ୍କାର୍ଫରେ ବାନ୍ଧି ବାଥରୁମରେ ବନ୍ଦ କରିେଦେଇଥିଲେ। ଏହାଛଡା ରିତିକାଙ୍କ ହାତକୁ ରଶିରେ ବାନ୍ଧି ଦିଆଯାଇଥିଲା। ତା’ ପରେ ଫ୍ଲାଟର ବାଲକୋନୀରୁ ଠେଲିଦିଆଯାଇଥିଲା। ବିପୁଲଙ୍କ କହିବାମୁତାବକ, ଆକାଶ ମଧ୍ୟ ତାଙ୍କୁ ମାରିବାକୁ ଚାହୁଁଥିଲେ। କିନ୍ତୁ ସେ ବାଥରୁମର ଝରକା କାଚ ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ।

ପୋଲିସ ମହିଳାଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲା।

Comments are closed.