ଆସାମରେ ବନ୍ୟା ସ୍ଥିତି ଭୟଙ୍କର
ନାଗାଁଓ: ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
ଅବସ୍ଥା ଏମିତି ହୋଇଛି ଯେ, ନାଗାଁଓ ଜିଲ୍ଲାର ପିଲାଏ ରିଲିଫ୍ ଶିବିରରେ ଆୟୋଜିତ ପ୍ରାକ୍-ସ୍କୁଲ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଛ ନ୍ତି।
‘ସମନ୍ବିତ ଶିଶୁ ବିକାଶ ସେବା’ର ସୁପର୍ଭାଇଜର୍ ଏନ୍.ପି. ଦୋଲେ ଗଣମାଧ୍ୟମକୁ କହିଛନ୍ତି, ରିଲିଫ୍ ଶିବିରରେ ଆମେ ପିଲାମାନଙ୍କୁ ପ୍ରଭାତ ପ୍ରାର୍ଥନା, ବ୍ୟାୟାମ, ଚିତ୍ରାଙ୍କନ ଭଳି ପ୍ରାକ୍-ସ୍କୁଲ୍ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରାଉଛୁ। ଆଗରୁ କେନ୍ଦ୍ରମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍ ଏହି ଶିବିର ପରିଦର୍ଶନ କରିଛନ୍ତି।
Comments are closed.