ମୋଦିଙ୍କୁ କ୍ଲିନ୍ ସିଟ୍

ନୂଆଦିଲ୍ଲୀ: ଗୁଜରାଟ ହିଂସାକାଣ୍ଡରେ ଭୂମିକା ଗ୍ରହଣ କରିଥିଲେ ଅଭିଯୋଗ ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୬୩ଜଣଙ୍କୁ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ଦେଇଥିବା ‘କ୍ଲିନ୍‌ ଚିଟ୍‌’ ଉପରେ ସନ୍ଦେହ କରି ଦିବଂଗତ କଂଗ୍ରେସ ନେତା ଏଶାନ୍‌ ଜାଫ୍ରିଙ୍କ ବିଧବା ପତ୍ନୀ ଜାକିଆ ଜାଫ୍ରି ଦାଏର କରିଥିବା ପିଟିସନ୍‌କୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି।

୨୦୦୨ ଫେବ୍ରୁଆରି ୨୮ ତାରିଖରେ ଅହମଦାବାଦ୍‌ର ‘ଗୁଲ୍‌ବାର୍ଗ ସୋସାଇଟି’ରେ ସଂଗଠିତ ହିଂସାକାଣ୍ଡ ବେଳେ ଏଶାନ୍‌ ଜାଫ୍ରି ନିହତ ହୋଇଥିଲେ।

ଗତ ଡିସେମ୍ବର ମାସରେ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ର ଉପରୋକ୍ତ ନିଷ୍ପତ୍ତି ବିରୋଧରେ ଦାଏର ହୋଇଥିବା ଆବେଦନକୁ ରଦ୍ଦ କରି ଗୁଜରାଟ ହାଇକୋର୍ଟ ଦେଇଥିବା ଆଦେଶ ବିରୋଧରେ ଦାଏର ‌ହୋଇଥିବା ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୨୦୦୨ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଉ ୬୩ଜଣଙ୍କୁ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ ଦେଇଥିବା ‘କ୍ଲିନ୍‌ ଚିଟ୍‌’ ଉପରେ ସନ୍ଦେହ କରି ଜାକିଆ ଜାଫ୍ରି ପିଟିସନ୍‌ ଦାଏର କରିଥିଲେ।

‘ଏସ୍‌ଆଇଟି’ ତରଫରୁ ହାଜର ହୋଇ ବରିଷ୍ଠ ଆଡ୍‌ଭୋକେଟ୍‌ ମୁକୁଲ୍‌ ରୋହତଗି ଖଣ୍ଡପୀଠଙ୍କୁ କହିଲେ ଯେ, ଜାଫ୍ରିଙ୍କ ଆବେଦନ ଉପରେ ‘ଟାଏଲ୍‌ କୋର୍ଟ’ ଏବଂ ‘ଗୁଜରାଟ ହାଇକୋର୍ଟ’ଙ୍କ ନିଷ୍ପତ୍ତିକୁ ସାର୍ବଜନୀନ କରା ନ ଗଲେ ଏହି ପିଟିସନ୍‌ର ୨ ନମ୍ବର ଆବେଦନକାରୀ ଥିବା ସାମାଜିକକର୍ମୀ ତୀସା ସେତାଲୱାଦଙ୍କର କିଛି ମନୋଭାବ ଯୋଗୁଁ ପରିଶ୍ରମର ଅବସାନ ଘଟିବ ନାହିଁ।

 

ଜାକିଆ ଜାଫ୍ରିଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ୍‌ ସିବଲ୍‌ ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଯେ, ‘ଏସ୍‌ଆଇଟି’ ତଦନ୍ତ ନ କରି ପରସ୍ପରକୁ ସୁହାଇବା ଭଳି କାମ କରିଛି। ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଦତନ୍ତରେ ବହୁ କିଛି ଘଟଣାକୁ ବାଦ ଦିଆଯାଇଛି। ଏଥିପାଇଁ ‘ଏସ୍‌ଆଇଟି’ ଏବଂ ପୁଲିସକୁ ଯଥେଷ୍ଟ ଅର୍ଥ ଦିଆଯାଇଥିବା କଥା ମଧ୍ୟ ସେ କହିଛନ୍ତି।

Comments are closed.