ଯୋଗାଣ ବିଭାଗ କର୍ମଚାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ

କଟକ : ଯୋଗାଣ ବିଭାଗ କର୍ମଚାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ବାଲେଶ୍ୱର ଜଳେଶ୍ବର ଚାଉଳ ଷ୍ଟୋରେଜ କେନ୍ଦ୍ରର କର୍ମଚାରୀ ଜନାର୍ଦ୍ଦନ ପଲାଇ। ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଏହି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୫ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

ବାଲେଶ୍ଵର ଜଳେଶ୍ବରରେ ଜନାର୍ଦ୍ଦନଙ୍କ ଆବାସିକ ଘରେ ଚାଲିଛି ଚଢ଼ାଉ। ଜଳେଶ୍ବର ନୂଆବଜାର ସରକାରୀ କାର୍ଯ୍ୟାଳୟ, ଜନାର୍ଦ୍ଦନ ପଲାଇଙ୍କର ୬୦ ନମ୍ବର ଜାତୀୟ ରାଜପଥ କଡ ସନ୍ତିଆରେ ଥିବା ଚନ୍ଦନ ହୋଟେଲ, ଜଳେଶ୍ବର ଧରାଷ୍ଟକରେ ଥିବା ସମ୍ପର୍କୀୟଙ୍କ ଘର  ଗଞ୍ଜାମ ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ଚଢ଼ାଉ।

Comments are closed.