ହାତୀ ଆତଙ୍କ ରେ ଲୋକେ ଥରହର

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପଶି ଆତଙ୍କ ଖେଳାଇଛି ଝାଡ଼ଖଣ୍ଡ ପାଇଲଟ ଦନ୍ତା। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲାରୁ ଦନ୍ତାଟି ଅଯୋଧ୍ୟା ଅଞ୍ଚଳରେ ପଶି ଆତଙ୍କ ଚଳାଇଥିଲା।ଆଜି କୁଲଡ଼ିହା ଆଖପାଖ ଅଞ୍ଚଳ ତଥା ନୀଳଗିରିର ବିଭିନ୍ନ ଅଞ୍ଚଳକୁ ପଶି ଉପଦ୍ରଵ କରିଥିବା ଦେଖିବାକୁ ମିଳିଛି।

ତେବେ ପାଇଲଟ ଦନ୍ତା ପ୍ରତିବର୍ଷ ଆସି ସ୍ଥାନୀୟ ଅଂଚଳର ସ୍ଥିତି ଅନୁଧ୍ୟାନ କରି ଫେରିଲେ ଝାଡ଼ଖଣ୍ଡ ଅଞ୍ଚଳରୁ ଶତାଧିକ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଆସିବାର ସୂଚନା ରହିଛି ।ଆପରପକ୍ଷେ ହାତୀକୁ ନେଇ ଲୋକଙ୍କ ଭିତରେ ଭୟ ଦେଖିବାକୁ ମିଳିଛି। ଏବେ ଦନ୍ତାଟି ଘର ବାଡ଼ି ନିକଟରେ ବୁଲୁଛି । ତେବେ ହାତୀକୁ ଘଉଡ଼ାଇବା ପାଇଁ ଲୋକେ ଘଣ୍ଟା ଘଣ୍ଟ ପିଟୁଥିବା ଦେଖିବାକୁ ମିଳିଛି ।

Comments are closed.