ଶରତ ପାୱାର, ଅସ୍ଥାଭୋଟ ହେଉ ସବୁ ଜଣା ପଡ଼ିବ
ମୁମ୍ବାଇ: ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡି(ଏମଭିଏ) ସରକାର ଦୋହଲି ଯାଇଛି। ଶବିସେନା-କଂଗ୍ରେସ-ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି। ହେଲେ ସିନ୍ଦେଙ୍କ ବିଦ୍ରୋହ ପରେ ୪୦ ଜଣ ଶିବସେନା ବିଧାୟକ ସରକାରଙ୍କ ହାତ ଛାଡ଼ି ଦେଇଛନ୍ତି। ତେଣୁ ଯେକୌଣସି ମୁହୂର୍ତ୍ତରେ ସରକାର ଭାଙ୍ଗିବାର ଆଶଙ୍କା ଦେଖାଯାଇଛି।
ହେଲେ ଏପରି ଏକ ସମ୍ବେଦନଶୀଳ ସ୍ଥିତିରେ ବି ଦମ୍ଭ ଦେଖାଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଏମଭିଏ ସରକାର ରାଜ୍ୟରେ କ୍ଷମତା ବଜାୟୀ ରଖିବ ଓ ଆସ୍ଥା ଭୋଟ ବେଳେ କାହା ପାଖରେ ସଂଖ୍ୟା ଗରିଷ୍ଠତା ରହିଛି, ତାହା ଜଣାପଡ଼ିବ ବୋଲି ଶ୍ରୀ ପାୱାର କହିଛନ୍ତ ।
ବିଦ୍ରୋହୀ ବିଧାୟକଙ୍କୁ ଏକନାଥ ସିନ୍ଦେଙ୍କ ଅଭୟ ମନ୍ତ୍ର, ଆମ ପଛରେ ଗୋଟିଏ ଜାତୀୟ ଦଳ ଅଛି
ମୁମ୍ବାଇ: ମହାରାଷ୍ଟ୍ର ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶବିସେନାର ବିଧାୟକମାନଙ୍କୁ ଅଭୟ ମନ୍ତ୍ର ଦେଇଛନ୍ତି ବରିଷ୍ଠ ନେତା ଏକନାଥ
କହିଛନ୍ତି, “ସମସ୍ତେ ଜାଣିଛନ୍ତି ଯେ ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ କେଉଁଭଳି ଭାବେ ପ୍ରଥମେ ଗୁଜରାଟ ପରେ ଆସାମ ନିଆଯାଇଛି। ସେମାନଙ୍କୁ କେଉଁମାନେ ଯିବାରେ ସହଯୋଗ କରିଛନ୍ତି, ସେମାନଙ୍କ ନାଁ ନେବାର ଆବଶ୍ୟକ ନାହିଁ। ବିଦ୍ରୋହୀ ବିଧାୟକମାନଙ୍କୁ ଆସାମ ସରକାର ସହାୟତା କରୁଛନ୍ତି। ଏହା ଛଡ଼ା ମୁଁ କାହାର ନାଁ ନେବାକୁ ଚାହୁଁନି। ତେବେ ଆସ୍ଥା ଭୋଟ ପ୍ରମାଣିତ କରିବ, କାହା ପାଖରେ ସଂଖ୍ୟା ଗରିଷ୍ଠତା ରହିଛି।
ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ମୁମ୍ବାଇ ଆସିବାକୁ ପଡ଼ିବ। ଯଦି ଏମଭିଏ ସରକାର ସଂଖ୍ୟାଲଘୁ ହୋଇଛନ୍ତି, ତା’ହେଲେ ସେମାନେ ବିଧାନସଭାକୁ ଆସି ପ୍ରମାଣ କରନ୍ତୁ। ସେମାନେ ଥରେ ବିଧାନସଭାକୁ ଆସିଲେ, ସେମାନଙ୍କୁ କିଏ ସହଯୋଗ କରିବ? କ’ଣ ଗୁଜରାଟ ଓ ଆସାମର ବିଜେପି ନେତାମାନେ ସେମାନଙ୍କୁ ସହାୟତା କରିବାକୁ ବିଧାନସଭାକୁ ଆସିବେ?”
ଅନ୍ୟପକ୍ଷରେ ସିନ୍ଦେ ଫୁଲଦମରେ ଉଦ୍ଧବ ଠାକରେଙ୍କ ପରିବାର ହାତରୁ ଶିବସେନାକୁ ଛଡ଼ାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେ ଉଦ୍ଧବ ଠାକରେଙ୍କୁ ଏମଭିଏରୁ ବାହାରି ବିଜେପି ସହ ମେଣ୍ଟ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।
Comments are closed.