ପାଣିରେ ପଡ଼ି ୪ବର୍ଷ ଶିଶୁର ମୃତ୍ୟୁ
କାମାକ୍ଷାନଗର: ଖେଳୁଥିବା ବେଳେ ନାଳରେ ପଡ଼ି ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି।
ଭୁବନ ଥାନା ଦୟଣାବିଲି ପଞ୍ଚାୟତ ମଠନୂଆଗାଁର କୁଲୁ ସାହୁଙ୍କ ପତ୍ନୀ ରୀନା ଗାଧୋଇବା ପାଇଁ ଡମଶାଳ ନାଳକୁ ଯାଇଥିଲେ। ତାଙ୍କ ସାଥୀରେ ଦୁଇ ପୁଅ ଯାଇଥିଲେ। ନାଳରେ ପହଞ୍ଚିବା ପରେ ରୀନା ଶୌଚ ପାଇଁ ଯାଇଥିଲେ। ଆଉ ଦୁଇ ଭାଇ ନାଳ ପାଖରେ ଖେଳୁଥିଲେ। ତେବେ ଖେଳୁଥିବା ବେଳେ ୪ ବର୍ଷର ପୁଅ ଶୁଭଙ୍କର ସାହୁ ହଠାତ ନାଳରେ ପଡ଼ି ଯାଇଥିଲେ। ଏହା ଦେଖି ୬ ବର୍ଷର ବଡ଼ ପୁଅ ମାଆକୁ ଡାକିଥିଲେ। ମାତ୍ର ମାଆଙ୍କୁ ନପାଇ ଧାଇଁ ଯାଇଥିଲେ ଘରକୁ। ଆଉ ପରିବାର ଲୋକଙ୍କୁ ସବୁ କଥା କହିଥିଲେ।
ପରିବାର ଲୋକେ ଡମଶାଳ ନାଳରୁ ଶୁଭଙ୍କରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।
Comments are closed.