ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ର ଟ୍ରେଲର ରିଲିଜ
ସାମ୍ନାକୁ ଆସିଲା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ର ଟ୍ରେଲର। ଅକ୍ଷୟଙ୍କ ସବୁ ଧ୍ୟାନ ଏବେ ଏହି ଫିଲ୍ମ ଉପରେ ରହିଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଫିଲ୍ମ ଭାଇ ଭଉଣୀଙ୍କ ସୁନ୍ଦର ସମ୍ପର୍କ ଉପରେ ଆଧାରିତ। ଏଥିରେ ଭାଇ ଭଉଣୀଙ୍କ ଭଲ ପାଇବା ସହ ବହୁତ ମଜା ମସ୍ତି ମଧ୍ୟ ଦେଖିବାକୁ ମିଳିବ। ଏହାର ଝଲକ୍ ଟ୍ରେଲରରେ ହିଁ ନଜର ଆସିଛି।
୨ ମିନିଟ୍ ୫୫ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ କୁମାର ନିଜ ୪ ଭଉଣୀଙ୍କୁ ଖୁବ୍ ଭଲ ପାଉଥିବା ଦେଖାଯାଇଛି। ସେ ଏହି ୪ ଜଣଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଭଉଣୀଙ୍କ ବାହାଘର ଓ ଯୌତୁକ ପାଇଁ ସେ ପଇସା ସଞ୍ଚୟ କରନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କର କେବଳ ଗୋଟିଏ ହିଁ ସ୍ୱପ୍ନ ଥାଏ ଯେ ୪ ଭଉଣୀଙ୍କ ବାହାଘର କରି ମା’ଙ୍କୁ ଦେଇଥିବା କଥା ପୂରଣ କରିବେ। ତେବେ ଏହି ଟ୍ରେଲରରେ ଭୂମି ପେଡନେକର ଓ ଅକ୍ଷୟ କୁମାରଙ୍କ ସୁନ୍ଦର କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲରର ଆରମ୍ଭ ଏହି ଦୁଇ ଜଣଙ୍କ ସହ ହେଉଛି। ଅକ୍ଷୟଙ୍କ ଏହି ଫିଲ୍ମ ଏକ ଫ୍ୟାମିଲି ଡ୍ରାମା, ଯାହା ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କକୁ ଦର୍ଶାଉଛି।
ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ରେ ଫିଲ୍ମ ହଲ୍ରେ ରିଲିଜ୍ ହେବ। କିଛି ଦିନ ପୂର୍ବରୁ ହିଁ ଅକ୍ଷୟ କୁମାର ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ। ଅନ୍ୟପଟେ ଏହି ଦିନ ଅମୀର ଖାନ୍ ଓ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂହ ଚଡ୍ଡା ମଧ୍ୟ ହଲ୍କୁ ଆସୁଛି। ଅମୀର ଖାନ୍ଙ୍କ ଏହି ଫିଲ୍ମ ଏପ୍ରିଲ ୧୪ରେ ରିଲିଜ୍ ହେବାର ଥିଲା। କିନ୍ତୁ କିଛି କାରଣ ପାଇଁ ଏହାର ରିଲିଜ୍ ତାରିଖକୁ ନିର୍ମାତା ଘୁଞ୍ଚାଇ ଦେଇଛନ୍ତି। ଏପ୍ରିଲ ମାସରେ ୟଶ୍ଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨ ରିଲିଜ୍ ହେଉଥିବାରୁ ନିର୍ମାତା ଲାଲ ସିଂହ ଚଡ୍ଡାର ରିଲିଜ୍ ତାରିଖ ଘୁଞ୍ଚାଇ ଦେଇଥିଲେ। ତେବେ ଅଗଷ୍ଟ ୧୧ରେ ବକ୍ସ ଅଫିସରେ ଅମୀର ଖାନ୍ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ମୁହାଁମୁହିଁ ଟକ୍କର ଦେଖିବାକୁ ମିଳିବ। ତେବେ ବକ୍ସ ଅଫିସରେ କେଉଁ ଫିଲ୍ମର ପ୍ରଦର୍ଶନ ଅଧିକ ଭଲ ରହୁଛି ତାହା ଦେଖିବାକୁ ବାକି ରହିଲା।
ଫିଲ୍ମ ରକ୍ଷା ବନ୍ଧନ ଜରିଆରେ ଅକ୍ଷୟ କୁମାର ଓ ଭୂମି ପେଡନେକରଙ୍କ ଯୋଡ଼ି ପୁଣିଥରେ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟଙ୍କୁ ପ୍ରଥମ ଥର ପାଇଁ ଫିଲ୍ମ ଟଏଲେଟ୍ ଏକ ପ୍ରେମ କଥାରେ ଦର୍ଶକେ ଦେଖିଥିଲେ। ସେତେବେଳେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍ ପସନ୍ଦ ବି କରିଥିଲେ।
Comments are closed.